ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧,୧୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୫୮ଜଣ ଆକ୍ରାନ୍ତ ରହିଥିବା ବେଳେ ୪୬୪ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଦିଆଯାଇଛଇ । ଆଜି ସମସ୍ତ ଆକ୍ରାନ୍ତ ରାଜ୍ୟର ୨୯ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ମାତ୍ର ଗୋଟିଏ ଜିଲା ଅର୍ଥାତ୍ ମାଲକାନଗିରିରୁ କରୋନା ପଜିଟିଭ୍ ରିପୋର୍ଟ ଶୂନ ଆସିଛି । ଆଜିର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଜନ୍ମରୁ ୧୮ବର୍ଷ ମଧ୍ୟରେ ୧୬୪ଜଣ ଆକ୍ରାନ୍ତ ରହିଛନ୍ତି ।ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୯୭, କଟକରୁ ୧୩୨, ଷ୍ଟେଟପୁଲରୁ ୭୧ ଓ ସମ୍ବଲପୁରରୁ ୬୫ଜଣ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୩, ସୋନପୁରରୁ ୪୨, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୨୫, ପୁରୀରୁ ୨୪, ଜଗତସିଂହପୁରରୁ ୨୦, କଳାହାଣ୍ଡିରୁ ୧୩ ଓ ନୟାଗଡ଼ରରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ନୂଆପଡ଼ାରୁ ୧୩, ଭଦ୍ରକରୁ ୧୨, ବାଲେଶ୍ୱରରୁ ୧୨ ଓ ବଲାଙ୍ଗୀରରୁ ମଧ୍ୟ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୧୧, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦, ରାୟଗଡ଼ାରୁ ୧୦, ବରଗଡ଼ରୁ ୮, ଦେବଗଡ଼ରୁ ୭, ନବରଙ୍ଗପୁରରୁ ୭, ବୌଦ୍ଧରୁ ୬, କୋରାପୁଟରୁ ୬, କନ୍ଧମାଳରୁ ୩, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..