Report Card Odisha

| Daily Odia News

ଆଜି ଶ୍ୱେତପତ୍ର ପ୍ରକାଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଗୃହବିଭାଗର ଶ୍ୱେତପତ୍ର ପ୍ରକାଶ ପାଇଛି । ୨୦୨୧ ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି ହତ୍ୟାକାଣ୍ଡ ଘଟିଛି । ଏହା ସହ ୫୨୨ଟି ଡକାୟତି ଓ ୩୩୨୭ଟି ଦୁଷ୍କର୍ମ ମାମଲା, ୫ ହଜାର ୧୩ଟି ସିନ୍ଧି ଚୋରି ମାମଲା ଘଟିଥିବା ନେଇ ଶ୍ୱେତପତ୍ରରେ ପ୍ରକାଶ ପାଇଛି । ତେବେ ୨୦୨୧ରେ ହ୍ରାସ ପାଇଛି ମାଓ ହିଂସା । ମାଓବାଦୀଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଛି । ସ୍ୱାଭିମାନ ଅଞ୍ଚଳ ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳରେ ସ୍ଥିତିରେ ପରିବର୍ତ୍ତନ ଆସିଛି । ପୋଲିସ ସହିତ ଗୁଳିବିନିମୟରେ ୭ ମାଓବାଦୀ, ୨ ଜଣ ସାଧାରଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଜଣେ ସୁରକ୍ଷାକର୍ମୀ ସହୀଦ ହୋଇଛନ୍ତି ।

Breaking News