ରିପୋର୍ଟ କାର୍ଡ / ଭୁବନେଶ୍ଵର
ହୋଟେଲ ନିମନ୍ତ୍ରଣର ବଡ଼ଧରଣର ଘୋଟଲା ହୋଇଛି | ୧୭ ଲକ୍ଷ ୫୦ ହଜାର ଟଙ୍କା ହଡପ ଅଭିଯୋଗ ହୋଇଥିଲା | ଏହା ପରେ ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇଛି | ସୂଚନା ଅନୁଯାୟୀ, ଅର୍ଦ୍ଧେନ୍ଦୁ ଓ ସୁନିଲ ଉଭୟ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। ଅଡିଟ ବେଳେ ଜଣା ପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତ କାଲି ସହିଦନଗର ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।






More Stories
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..