ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗରେ ଅଛନ୍ତି । ଚଳିତ ବର୍ଷ ପାସ୍ ହାର ୯୨.୭୧% ହୋଇଥିବା ଜଣାପଡ଼ିଛି।ସେଥିରୁ ଝିଅମାନଙ୍କର ପାସ୍ ହାର ୯୪.୫୪% ଥିବା ବେଳେ ପୁଅମାନଙ୍କର ପାସ୍ ହାର ୯୧.୨୫% ହୋଇଛି। ଉକ୍ତ ପରୀକ୍ଷାରେ ୯୮.୮୩% ରଖି ତ୍ରିଭାନ୍ଦ୍ରମ୍ ଅଞ୍ଚଳ ସବୁଠୁ ଭଲ କରିଥିବା ବେଳେ ୮୩.୭୧% ରଖି ପ୍ରୟାଗରାଜ ଅଞ୍ଚଳ ସବୁଠୁ ଖରାପ କରିଛି। ସୂଚନା ଅନୁସାରେ-ପରୀକ୍ଷା ଦେବା ପାଇଁ ସମୁଦାୟ ୧୪୪୪୩୪୧ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ ୧୪୩୫୩୬୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୩୩୦୬୬୨ ପାସ୍ କରିଛନ୍ତି।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..