Report Card Odisha

| Daily Odia News

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗରେ ଅଛନ୍ତି । ଚଳିତ ବର୍ଷ ପାସ୍‌ ହାର ୯୨.୭୧% ହୋଇଥିବା ଜଣାପଡ଼ିଛି।ସେଥିରୁ ଝିଅମାନଙ୍କର ପାସ୍‌ ହାର ୯୪.୫୪% ଥିବା ବେଳେ ପୁଅମାନଙ୍କର ପାସ୍‌ ହାର ୯୧.୨୫% ହୋଇଛି। ଉକ୍ତ ପରୀକ୍ଷାରେ ୯୮.୮୩% ରଖି ତ୍ରିଭାନ୍ଦ୍ରମ୍‌ ଅଞ୍ଚଳ ସବୁଠୁ ଭଲ କରିଥିବା ବେଳେ ୮୩.୭୧% ରଖି ପ୍ରୟାଗରାଜ ଅଞ୍ଚଳ ସବୁଠୁ ଖରାପ କରିଛି। ସୂଚନା ଅନୁସାରେ-ପରୀକ୍ଷା ଦେବା ପାଇଁ ସମୁଦାୟ ୧୪୪୪୩୪୧ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ ୧୪୩୫୩୬୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୩୩୦୬୬୨ ପାସ୍‌ କରିଛନ୍ତି।

Breaking News