ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କାରଣ ଆଉ ମଙ୍କିପକ୍ସ ଭାଇରସ୍ ଡରାଉଥିବା ବେଳେ ଚିନ୍ତା ବଢ଼ାଇଛି ସ୍ବାଇନ୍ ଫ୍ଲୁ | ଉତ୍ତରପ୍ରଦେଶର ମୋରାଦାବାଦରେ ସ୍ବାଇନ୍ ଫ୍ଲୁରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପରେ ଉକ୍ତ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି। ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ସ୍ବାଇନ୍ ଫ୍ଲୁ ଯୋଗୁ ମୋରାଦାବାଦର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ସତର୍କତା ଅବଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ଜଣକ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିବା ବେଳେ ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟ ଉପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନଜର ରଖାଯାଇଛି ବୋଲି ମୋରାଦାବାଦ ସିଏମଓ ଏମସି ଗର୍ଗ କହିଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..