ରିପୋର୍ଟ କାର୍ଡ / ଭଦ୍ରକ
ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ତେଲିଆ ମାଛ। ଯାହାର ଓଜନ ୩୨ କିଲୋ ହେବ। ଏହି ମାଛଟିର ନିଲାମ ହୋଇଥିଲା। କୋଲକତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ମାଛଟିକୁ କିଣିଥିବା ସୂଚନା ମିଳିଛି। ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଞ୍ଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ କତକାଲି ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା। ଏହି ମାଛର ଚାହିଦା ଅଧିକ ରହିଥିବାରୁ ଏହାକୁ ବିଦେଶକୁ ରପ୍ତାନି କରାଯାଇଥାଏ । ସୂଚନାଯୋଗ୍ୟ, ଜୁନ୍ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ମତ୍ସଜୀବୀଙ୍କ ଜାଲରେ ୪ଟି ତେଲିଆ ବୋରେଇ ମାଛ ପଡ଼ିଥିଲେ। ଗୋଟିଏ ମାଛ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅନ୍ୟ ୩ଟି ମାଛ ଦାମ୍ କିଲୋ ପିଛା ୪୨୦୦ ଟଙ୍କା ଦାମ୍ ହିସାବରେ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ ବିକ୍ରି ହୋଇଛି। ସମୁଦାୟ ୪ଟି ତେଲିଆ ବୋରେଆ ମାଛକୁ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି କରାଯାଇଥିଲା।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……