Report Card Odisha

| Daily Odia News

ମଦ ନିଶାରେ ଗଡ଼ିଲେ ପୋଲିସ ବାବୁ…..

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ମଦ ନିଶାରେ ହିତାହିତ ଜ୍ଞାନ ବି ଭୁଲି ଗଲେ ପୋଲିସ ବାବୁ। ସୋସିଆଲ ମିଡିଆରେ ବୁଲୁଛି ପୋଲିସ ବାବୁଙ୍କ ମଦ ନିଶାରେ ଚୁର ଭିଡିଓ | ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ସୂଚନା ଅନୁସାରେ, ଜଣେ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ପ୍ରଚୁର ମଦ ପିଇଥିବା ଦେଖିଲେ ଜଣାପଡୁଛି । ମଦ ନିଶ ଏତେ ଯେ ସେ ନା ଚାଲିପାରୁଛନ୍ତି ନା ସିଧା ଠିଆ ହୋଇପାରୁଛନ୍ତି । କେତେବେଳେ ବଣରେ ପଶିଯାଉଛନ୍ତି ତ ଆଉ କେତେବେଳେ ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳିଛି । ଜଣେ ପୋଲିସ ବାବୁ ହୋଇ ସେ ଦିନ ଦ୍ୱିପହରରେ ମଦ ପିଶ ପୁରା ମାତାଲ ଅବସ୍ଥାରେ ବୁଳୁଥିବା ନଜର ଆସିଛନ୍ତି । ତେବେ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଫାଣ୍ଡିରେ କାର୍ୟ୍ୟରତ କନେଷ୍ଟବଳ ଇଶ୍ୱର ମହାନ୍ତି । ମଦ ଏତେ ମାତ୍ରାରେ ପିଇଥିଲେ ଯେ, କାଉଣ୍ଟର ଆଗରୁ ଘରକୁ ମଧ୍ୟ ଯାଇ ପାରୁନଥିଲେ । ନିଜକୁ ସମ୍ଭାଳିବା ତ ଅସମ୍ଭବ, ଗାଡ଼ିକୁ କିପରି ସମ୍ଭାଳିବେ । ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରିବାକୁ ସେ ରାଗିକି  କହୁଛନ୍ତି କି, ‘ମୋତେ ସସପେଣ୍ଡ କରିବ ଯଦି କରିଦିଅ, ହେଲେ ବି ମୁଁ ପିଇବି ।’ ତେବେ ପୋଲିସ ବାବୁଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

 

Breaking News