ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ହାଇକୋର୍ଟ ପାଇଁ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଛନ୍ତି । ସୂଚନା ଅନୁସାରେ, ଆଡଭୋକେଟ୍ ସୁମନ ପଟ୍ଟନାୟକ ଓ ଦୁଇଜଣ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କୁ ବିଚାରପତି ପଦବୀ ନିମନ୍ତେ ଉନ୍ନୀତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି । ଆଉ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ୍ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ଓ ଏହାପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଏବେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୨୨ଜଣ ବିଚାରପତି ଅଛନ୍ତି ।






More Stories
ଅଧରାତିରେ ୱାଙ୍ଗଚୁକଙ୍କୁ ଭେଟିଲେ ଜେପି ନଡ୍ଡା……
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..