ରିପୋର୍ଟ କାର୍ଡ / ବ୍ରହ୍ମପୁର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ମାମଲା। କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତି ୯୫ ଲକ୍ଷ ୮୯ ହଜାର ଟଙ୍କା ନେଇ ଯାଉଥିବା ବେଳେ କୋଟା ରେଲୱେ ଷ୍ଟେସନରେ ଉଭୟଙ୍କୁ ଧରିଥିଲା GRP । ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଏହି ଟଙ୍କା EE (MES) ଗୋପାଳପୁର ବନ୍ଦରର ବୋଲି । ନିଜ ଚାକିରୀ କାଳରେ ଅର୍ଥାତ ୨୦୧୨ ମାର୍ଚ୍ଚ ୨୦ରୁ ୨୦୨୨ ଫେବ୍ରୁଆରୀ ୧୭ ପର୍ଯ୍ୟନ୍ତ ଯନ୍ତ୍ରୀ ଜଣଙ୍କ ପାଖାପାଖି ୧ କୋଟି ୩୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅସ୍ଥାବର ସମ୍ପତ୍ତି ଜମା କରିଛନ୍ତି । ଯାହାକି ତାଙ୍କ ଆୟରୁ ପ୍ରାୟ ୧୩୪.୨୭ ପ୍ରତିଶତ ଅଧିକ । ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୩ଟି ସ୍ଥାନରେ ରେଡ୍ କରାଯାଇ ଅନେକ ଡକ୍ୟୁମେଣ୍ଟ ହାସଲ କରିଛି ସିବିଆଇ ।






More Stories
ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ….
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା…..
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..