Report Card Odisha

| Daily Odia News

ସରିଲା ସୋନିଆ ଗାନ୍ଧିଙ୍କୁ ଜେରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳ ୩ ଘଣ୍ଟା ଜେରା କରିଛି । ମଙ୍ଗଳବାର ତାଙ୍କୁ ଦୁଇଟି ପର୍ଯ୍ୟାୟରେ ୬ ଘଣ୍ଟା ଜେରା କରାଯାଇଥିଲା। ଏହାପୂର୍ବରୁ ଜୁଲାଇ ୨୧ରେ ମଧ୍ୟ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ୩ ଦିନ ମଧ୍ୟରେ ସୋନିଆଙ୍କୁ ଇଡି ପ୍ରାୟ ୧୨ ଘଣ୍ଟା ଜେରା କରିଛି। ଏହି ସମୟରେ ତାଙ୍କୁ ତଦନ୍ତକାରୀ ସଂସ୍ଥା ୧୦୦ଟି ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ସୋନିଆ ମଧ୍ୟ ସବୁ ପ୍ରଶ୍ନର ଉତ୍ତର ଚଟାପଟ ଦେଇଛନ୍ତି। ଏବେ ଇଡି ପକ୍ଷରୁ ତାଙ୍କୁ ଜେରା ପାଇଁ ଆଉ କୌଣସି ନୂଆ ସମନ କରାଯାଇନି। ସୋନିଆଙ୍କ ପୂର୍ବରୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ୫ ଦିନ କାଳ ଜେରା କରାଯାଇଥିଲା। ଏହି ସମୟରେ ସେ ୧୫୦ଟି ପ୍ରଶ୍ନର ଉତ୍ତର ଦେଇଥିଲେ। ନ୍ୟାଶନାଲ ହେରେଲ୍ଡ ଖବରକାଗଜ ଓ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିଃରେ ରାହୁଲ ଗାନ୍ଧିଙ୍କ ଭଳି ସୋନିଆଙ୍କ ଭୂମିକା କ’ଣ ରହିଥିଲା, ସେକଥା ଜାଣିବାକୁ ଇଡି ପ୍ରୟାସ କରିଛି। ରାହୁଲ ଓ ସୋନିଆ ୟଙ୍ଗ ଇଣ୍ଡିଆନର ସିଂହ ଭାଗ ଅଂଶଧନ ନିଜ ପାଖରେ ରଖିଥିଲେ। ତେଣୁ ରାହୁଲ ଓ ସୋନିଆଙ୍କ ବୟାନ ମେଳ ଖାଉଛି କି ନାହିଁ, ତା’ ଉପରେ ଇଡିର ଅଧିକାରୀମାନେ ଫୋକସ କରିଛନ୍ତି।

Breaking News