Report Card Odisha

| Daily Odia News

ଭାରତ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହମ୍‍ ମହମ୍ମଦ ସୋଲି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହମ୍‍ ମହମ୍ମଦ ସୋଲି | ଆସନ୍ତା ମାସ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିବେ ବୋଲି ଜଣାପଡିଛି । ତାଙ୍କ ସହ ଦେଶର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗ୍‍ଚି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମାଳଦ୍ୱୀପ ରାଷ୍ଟ୍ରପତି ଶ୍ରୀ ସୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ମଧ୍ୟ ତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀରେ ରହଣୀ କାଳରେ ତାଙ୍କର ସରକାରୀ କାର୍ଯ୍ୟକ୍ରମ ସମେତ ସେ ଭାରତୀୟ ବ୍ୟବସାୟ ପ୍ରତିନିଧି ମଣ୍ଡଳ ସହ ଦିଲ୍ଲୀ ଓ ମୁମ୍ବାଇରେ ବୈଠକ କରିବେ। ଶ୍ରୀ ବାଗ୍‍ଚୀ କହିଛନ୍ତି, ଭାରତ ମହାସାଗର ଅଞ୍ଚଳରେ ମାଳଦ୍ୱୀପ ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଦେଶ ଏବଂ ଭାରତର ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ସେ ଦେଶକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଉଛି। ସାମ୍ପ୍ରତିକ କାଳରେ ସେ ଦେଶ ସହ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ସହଯୋଗ ଦ୍ରୁତ ବୃଦ୍ଧି ପାଇଛି ଏବଂ ତାଙ୍କର ଆଗାମୀ ଭାରତ ଗସ୍ତ ଦୁଇ ନେତାଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କ ଆହୁରି ମଜବୁତ କରିବା ପାଇଁ ସୁଯୋଗ ପ୍ରଦାନ କରିବ।

Breaking News