ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ଯୁବ ଭୋଟରମାନେ ଭୋଟର ଆଇଡି କାର୍ଡ ପାଇଁ ଆଉ ୧୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି | ୧୭ ବର୍ଷରେ ଭୋଟର ଆଇଡି କାର୍ଡ ପାଇଁ ଆବେଦନ କରିପାରିବେ। ନିର୍ବାଚନ ଆୟୋଗ ଏହି ବଡ଼ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୂଯାୟୀ, ଯେଉଁମାନଙ୍କ ବୟସ ୨୦୨୩ ରେ ୧୮ ବର୍ଷ ପୂରା ହେବାକୁ ଯାଉଛି, ସେ ମଧ୍ୟ ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ଏବେ ଏହା ଜରୁରୀ ନୁହେଁ ଯେ ୧୮ ବର୍ଷ ପୂରା ହେବା ପରେ ହିଁ ଆବେଦନ କରିପାରିବେ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଏବଂ ନିର୍ବାଚନ ଆୟୋଗ ଅନୂପ ଚନ୍ଦ୍ର ପାଣ୍ଡେ ସବୁ ରାଜ୍ୟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କୁ ନୂଆ ନିୟମ ଏବଂ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନ ଆୟୋଗ ଗୁରୁବାର ଦେଇଥିବା ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ ନାଗରିକ ଏବେ ଆଗୁଆ ନିଜ ଭୋଟର କାର୍ଡ ଆବେଦନ କରିପାରିବେ । ଏହା ସହ ଏବେ ଭୋଟର କାର୍ଡରେ ବର୍ଷରେ ତିନି ଥର ଆବେଦନ କରିହେବ । ୧ ଏପ୍ରିଲ, ୧ ଜୁଲାଇ ଏବଂ ୧ ଅକ୍ଟୋବର ଭୋଟର ଆଇଡି ପାଇଁ ଆବେଦନ କରିହେବ ।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……