ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଆଉ ମହିଳାମାନେ ବିଜ୍ଞାପନରେ କାମ କରିପାରିବେ ନାହିଁ। ଏଭଳି କଛି ନିର୍ଦ୍ଦେଶ ଜାରି କରିଛନ୍ତି କଟ୍ଟରପନ୍ଥୀ ଇସଲାମିକ ନେତାମାନେ। ଏକ ଆଇସ୍କ୍ରିମ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନିକଟରେ ଇରାନ୍ରେ ଏକ ଆଇସ୍କ୍ରିମ ବିଜ୍ଞାପନ ରିଲିଜ ହୋଇଥିଲା। ଏହି ବିଜ୍ଞପନରେ ଜଣେ ମହିଳା ଢ଼ିଲା ହିଜାବ ପିନ୍ଧିଥିବା ନଜର ଆସିଥିଲେ। ଏଥିସହ ସେ ହାତରେ ଧରିଥିବା ମ୍ୟାଗ୍ନମ ଆଇସ୍କ୍ରିମ ଖାଉଥିବା ଦେଖିବାକୁ ମିଳିଥିଲା। ଏହି ବିଜ୍ଞାପନ ଉପରେ ଏବେ ଇରାନୀ ମୌଲବୀମାନେ ଆପତ୍ତି ଉଠାଇଛନ୍ତି। ଏଥିସହ ଆଇସ୍କ୍ରିମ ନିର୍ମାତା କମ୍ପାନୀ ‘ଡୋମିନୋ’ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ଏହି ବିଜ୍ଞାପନ ସର୍ବସାଧାରଣଙ୍କ ଶାଳିନତା ବିରୋଧୀ ଏବଂ ଏହା ମହିଳାଙ୍କ ମୂଲ୍ୟବୋଧକୁ ଅପମାନିତ କରୁଛି। ତେଣୁ ଏହାକୁ ହଟାଇବାକୁ ଦାବି କରାଯାଉଛି। ସେପଟେ ବିବାଦ ବଢ଼ିବା ପରେ ବର୍ତ୍ତମାନ ଇରାନର ସଂସ୍କୃତି ଏବଂ ଇସଲାମିକ ଗାଇଡେନ୍ସ ମନ୍ତ୍ରଣାଳୟ ଏକ ଚିଠି ଜାରି କରି ଦେଶର ‘ହିଜାବ ଏବଂ ଚେଷ୍ଟିଟି’ ନିୟମକୁ ଦର୍ଶାଇ ବିଜ୍ଞାପନରେ ମହିଳାମାନେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସୁପ୍ରିମ କାଉନ୍ସିଲ୍ ଅଫ୍ କଲଚରାଲ ରିଭୋଲ୍ୟୁସନ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।






More Stories
ଅଶୋଧିତ ତୈଳ ଉପରୁ କଟକଣା ହଟାଇଲା ଆମେରିକା…..
ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ…..
ଇସ୍ତଫା ଦେଲେ ଜର୍ଜ କୁରିଏନ୍…..