Report Card Odisha

| Daily Odia News

ଲାଞ୍ଚନେଇ ବନ୍ଧା ହେଲେ କିରାଣୀ…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ମୃତ୍ୟୁ ସାର୍ଟିଫିକେଟ କରାଇବା ପାଇଁ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତରଖାନା କିରାଣୀ | ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ଆଜି ଲାଞ୍ଚ ନେଉଥିବା ବେଳେ ତାଙ୍କ ସହିତ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେସେ ଭିଜିଲାନ୍ସ ଧରିଛି | ସୂଚନା ଅନୁଯାୟୀ, ଚମ୍ପାଝର ଗ୍ରାମର ସୁନିଲ ତ୍ରିପାଠୀ ତାଙ୍କ ଜେଜେ ବାପା ଓ ଜେଜେ ମାଙ୍କ ମୃତ ପ୍ରମାଣ ପତ୍ର ପାଇଁ ହଳଦିଆ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କୁ କହିଥିଲେ। ମୃତ୍ୟୁପ୍ରମାଣପତ୍ର କରାଇଦେବା ବାବଦକୁ ସେ ୬ ହଜାର ଲାଞ୍ଚ ମାଗିଥିଲେ। କାର୍ଯ୍ୟାଳୟରେ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଖବର ପାଇ ଖୋର୍ଦ୍ଧା ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Breaking News