ରିପୋର୍ଟ କାର୍ଡ / ଖୋର୍ଦ୍ଧା
ମୃତ୍ୟୁ ସାର୍ଟିଫିକେଟ କରାଇବା ପାଇଁ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତରଖାନା କିରାଣୀ | ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ଆଜି ଲାଞ୍ଚ ନେଉଥିବା ବେଳେ ତାଙ୍କ ସହିତ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେସେ ଭିଜିଲାନ୍ସ ଧରିଛି | ସୂଚନା ଅନୁଯାୟୀ, ଚମ୍ପାଝର ଗ୍ରାମର ସୁନିଲ ତ୍ରିପାଠୀ ତାଙ୍କ ଜେଜେ ବାପା ଓ ଜେଜେ ମାଙ୍କ ମୃତ ପ୍ରମାଣ ପତ୍ର ପାଇଁ ହଳଦିଆ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କୁ କହିଥିଲେ। ମୃତ୍ୟୁପ୍ରମାଣପତ୍ର କରାଇଦେବା ବାବଦକୁ ସେ ୬ ହଜାର ଲାଞ୍ଚ ମାଗିଥିଲେ। କାର୍ଯ୍ୟାଳୟରେ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଖବର ପାଇ ଖୋର୍ଦ୍ଧା ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..