ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ନୀତିନିଷ୍ଠ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଗ୍ରାମରେ ଭେଦ ନୀତିର କାରଣ ହେବେ। ଚତୁର ଓ ଧନଯୁକ୍ତ ହେବେ।
ବୃଷ: ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ବହୁ ମିତ୍ରଙ୍କ ସହାୟତା ମିଳିବ। ଭୋଗ ବିଳାସ କରିପାରନ୍ତି। ମହିଳା ଗୋଷ୍ଠୀଙ୍କ ସହାୟକ ହେବେ।
ମିଥୁନ: ସାହସୀ ହେବେ। କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରିପାରନ୍ତି। କୃଷି କର୍ମରୁ ଲାଭବାନ୍ ହେବେ। ଯାନବାହନ ସୁଖ ମିଳିବ। ସୁଖୀ ହେହେ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି।
କର୍କଟ: ରାଜତୁଲ୍ୟ କ୍ଷମତାର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିଭିନ୍ନ ପ୍ରକାରର ଧନଲାଭ ହୋଇପାରେ। ସତ୍ୟବାଦୀ ହେବେ। ବ୍ୟବହାର ପାରଙ୍ଗମ ହେବେ।
ସିଂହ: ଶାନ୍ତ ସ୍ବଭାବ ସମ୍ପନ୍ନ ହବେ। ମେଧାବୀ ହୋଇପାରନ୍ତି। ନିପୁଣ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ବିଦ୍ବାନ୍ ଓ ଦୟାଳୁ ସ୍ବଭାବର ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। କୀର୍ତ୍ତିମାନ୍ ହେବେ।
କନ୍ୟା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଭୋଗୀ ଓ ବିଳାସୀ ହୋଇପାରନ୍ତି। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍ ହେବେ। ବହୁ ବିଦ୍ୟା ପାରଙ୍ଗମ ହେବା ଆଶା କରାଯାଏ।
ବିଛା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ। ଅସାଧ୍ୟ ସାଧନ କରିପାରନ୍ତି।
ଧନୁ: ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ଦର୍ଶନୀୟ ହେବେ। ଭୋଗୀ ହୋଇପାରନ୍ତି। ତେଜୀୟାନ୍ ହେବେ। କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ସରକାରୀ ଅନୁଦାନ ପ୍ରାପ୍ତ ହୋଇପାରେ।
ମକର: ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକମତରେ ବିରୋଧାଚରଣ କରିପାରନ୍ତି। ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି। ସିଦ୍ଧପ୍ରାପ୍ତ ହେବେ। ଶତ୍ରୁଘାତୀ ହୋଇପାରନ୍ତି।
କୁମ୍ଭ: ଦୀନ, ଦରିଦ୍ରଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହେବେ। ବିଦ୍ୟାବାନ୍ ହେବେ। ଅପାର ଗୁଣର ଅଧିକାରୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଶତ୍ରୁତାର ବିକାଶ ଘଟିବ। ବିଚାରାଧାରା ଉନ୍ନତମାନର ହେବ।
ମୀନ: ଶତ୍ରୁ ବିଜୟୀ ହେବେ, ମିତ୍ରମାନଙ୍କ ସହାୟତା ମିଳିବ। ଭୂମି ଲାଭର ସୂଚନା ମିଳୁଛି। ଗ୍ରାମର ଅଧିପତି ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଦେବପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..