Report Card Odisha

| Daily Odia News

୫ ରୁ ପ୍ରବଳ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁଳୁଗୁଳି ଆଉ ଗରମରୁ ମିଳିବ ଅସ୍ବସ୍ତି | ରାଜ୍ୟରେ ପୁଣି ପ୍ରବଳ ବର୍ଷୀବ | ମୌସମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାର ପ୍ରଭାବରେ ଅଗଷ୍ଟ ୫ ତାରିଖ ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ହିମାଳୟ ପାଦଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି। ଏହାଫଳରେ ୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏହା ସହ ୫ ତାରିଖରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖରେ ୫ଟି ଜିଲ୍ଲାରେ ଅତିପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଭାଇମାନେ ଅନ୍ତଃଚାଷ, ସାର ଓ କୀଟନାଶକ, ତୃଣନାଶକ ପ୍ରୟୋଗ, ଜଳସେଚନ ଆଦି କାର୍ଯ୍ୟ ଗୁରୁବାରଠୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକରେ ସର୍ବାଧିକ ୩୬.୨ ଡିଗ୍ରୀ, ବୌଦ୍ଧ ୩୬ ଡିଗ୍ରୀ, ଚାନ୍ଦବାଲି ୩୫.୭ ଡିଗ୍ରୀ ଓ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

Breaking News