Report Card Odisha

| Daily Odia News

୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ…..

ରିପୋର୍ଟ କାର୍ଡ / ରେଢ଼ାଖୋଲ

ଆଜି ୧୨ ଘଣ୍ଟା ପାଇଁ ରେଢ଼ାଖୋଲରେ ଅଖଚକ ବନ୍ଦ ଡାକରା ଦିଆଯାଇଛି । ୫୫ ନଂ ଏନଏଚ୍‌ ମରାମତି ଦାବିରେ ରେଢ଼ାଖୋଲ ବନ୍ଦ ପାଳନ କରାଯାଉଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ରେଢ଼ାଖୋଲର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭୀମଭୋଇ ଛକ ଓ ମେଡିକାଲ ଛକରେ ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାହା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

Breaking News