ରିପୋର୍ଟ କାର୍ଡ / ରେଢ଼ାଖୋଲ
ଆଜି ୧୨ ଘଣ୍ଟା ପାଇଁ ରେଢ଼ାଖୋଲରେ ଅଖଚକ ବନ୍ଦ ଡାକରା ଦିଆଯାଇଛି । ୫୫ ନଂ ଏନଏଚ୍ ମରାମତି ଦାବିରେ ରେଢ଼ାଖୋଲ ବନ୍ଦ ପାଳନ କରାଯାଉଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ରେଢ଼ାଖୋଲର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭୀମଭୋଇ ଛକ ଓ ମେଡିକାଲ ଛକରେ ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାହା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।






More Stories
ଆଇନଜୀବୀଙ୍କ ପାଇଁ ୪୦ ପ୍ରତିଶତ ସହାୟତା ରାଶି ବୃଦ୍ଧି…..
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..