Report Card Odisha

| Daily Odia News

ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୨୩ ସୁନା ବିସ୍କୁଟ…..

ରିପୋର୍ଟ କାର୍ଡ / ଗଞ୍ଜାମ

ଗଞ୍ଜେଇ ଖୋଜୁଖୋଜୁ ବେଳେ ମିଳିଲା ଟଙ୍କା ଓ ସୁନା ବିସ୍କୁଟ୍ | ଗତକାଲି ଅପରାହ୍ନରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ମିଳିଲା କୋଟିଏ ୨୨ ଲକ୍ଷର ନଗଦ ଟଙ୍କା ।ଏହାପରେ ଘଟଣାର ଖୋଳତାଡ଼ କରୁ କରୁ ଏହି ଟଙ୍କା ଦେଇ ବଦଳରେ ଜଣେ ବ୍ୟବସାୟୀ ସୁନା ବିସ୍କୁଟ ନେଇଥିବା ଜଣାପଡ଼ିଲା। ତାଙ୍କ ନିକଟରୁ ମିଳିଲା ୨୩ଟି ସୁନା ବିସ୍କୁଟ । ଏହି ଘଟଣାରେ ୩ ଜଣ ଅଟକ ଥିବା ବେଳେ GST ଫାଙ୍କି ବ୍ୟବସାୟ କରିବାକୁ ସେମାନେ ଏପରି ଯୋଜନା କରିଥିବା କହିଛନ୍ତି। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳ ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଯିବ ବୋଲି ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଆଧାରରେ ଅବକାରୀ ଅଧିକାରୀ ବିଭିନ୍ନ ଛକରେ ଯାଞ୍ଚ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ନିକଟରେ ମୁମ୍ବାଇ ନମ୍ବର ପ୍ଲେଟ ଥିବା ଏକ କାର୍‌ ଯାଉଥିବା ବେଳେ ତାହାକୁ ଅଟକାଇଥିଲେ ଅବକାରୀ ଅଧିକାରୀ।ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ବଡ଼ବଜାରର ୨ ଜଣ ସୁନା ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣେ ଥିବା ଜଣାଯାଇଛି।

Breaking News