ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛି ଦିନର ବ୍ୟବଧାନ ପରେ ପୁଣି ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି | ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ସ୍ୱାଧୀନତା ଦିବସ | ଏହି ସମୟରେ ବିରାଟ ସମାବେଶରୁ ଦୂରେଇ ରହିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ପରିଷ୍କାର କରିବା ପାଇଁ ମଧ୍ୟ କେନ୍ଦ୍ର ଲୋକଙ୍କୁ ଅନୁରୋଧ କରିଛି। ଏହି ସମୟରେ, ଅନେକ ରାଜ୍ୟ ମାସ୍କକୁ ବାଧ୍ୟତାମୂଳକ କରିବା ସହିତ କୋଭିଡ-୧୯ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ସରକାର ଏହି ସପ୍ତାହରେ ମାସ୍କ ପିିନ୍ଧିବାକୁ ବାଧ୍ୟତାମୂଳକ କରି କହିଛନ୍ତି ଯେ ଏହି ଆଦେଶ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..