ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୀତି ଛାଡି ଆଇଏଏସ ଅଫିସର ଶାହ ଫୈଜଲ ପୁଣି ଥରେ ପ୍ରଶାସନିକ ସେବାକୁ ଫେରିଛନ୍ତି । ଶନିବାର ଶାହ ଫୈଜଲଙ୍କୁ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଉପ ସଚିବ ପଦରେ ନିଯୁକ୍ତି ଦିଆଯାଇଛି । ୨୦୧୦ ବ୍ୟାଚର ୟୁପିଏସସି ଟପ୍ପର ଶାହ ଫୈଜଲ । ୩ ବର୍ଷ ପୂର୍ବେ ସେ ଆଇଏଏସ ଚାକିରି ଛାଡି ଜାମ୍ମୁ କାଶ୍ମୀର ରାଜନୀତିରେ ସାମିଲ ହୋଇଥିଲେ । ତେବେ କେନ୍ଦ୍ର ସରକାର ତାଙ୍କର ଇସ୍ତଫାକୁ ସ୍ୱୀକାର କରି ନଥିଲେ । ନିକଟ ଅତୀତରେ ଶାହ ଫୈଜଲ ପୁଣି ଥରେ ପ୍ରଶାସନିକ ସେବାକୁ ଫେରିବା ନେଇ ଆବେଦନ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହାକୁ ମଞ୍ଜୁରୀ ଦେଇଥିଲେ । ଏବେ କିଛି ମାସ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ ଆଣି ପ୍ରଶାସନିକ ସେବାକୁ ଇସ୍ତଫା ଦେଇଥିଲେ । ଶାହ ଫୈଜଲ ଇସ୍ତଫା ଦେବା ପରେ ଜାମ୍ମୁ ଏବଂ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ପାର୍ଟି ଗଠନ କରିଥିଲେ । ଧାରା ୩୭୦ ଉଚ୍ଛେଦ ସମୟରେ ସାର୍ବଜାନୀନ ସୁରକ୍ଷା ଅଧିନିୟମରେ ତାଙ୍କୁ ହେପାଜତକୁ ନିଆଯାଇଥିଲା । ତିନି ବର୍ଷ ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୁଣି ଥରେ ନୂଆ ଆରମ୍ଭ କରିବା ପାଇଁ ଉତ୍ସାହିତ ଥିବା କହିଛନ୍ତି ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..