ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ। ଆଗକୁ ସ୍ବାଧୀନତା ଦିବସ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମା ମାଡ଼ରେ ଉଡେଇ ଦେବାର ଧମକ ମିଳିଛି। ଏହି ଧମକ ମିଳିବା ପରେ କଡା ସତର୍କ ହୋଇଛି ୟୁପି ପୋଲିସ ଓ ଗୁଇନ୍ଦା ଏଜେନ୍ସି। ସୂଚନାନୁସାରେ, ଲକ୍ଷ୍ନୌର ଆଲାମବାଗ ଅଞ୍ଚଳରେ ରହୁଥିବା ଦେବେନ୍ଦ୍ର ତିୱାରୀଙ୍କ ଘରୁ ଏକ ଚିଠି ପୋଲିସ ହାତରେ ଲାଗିଛି। ଚିଠିରେ ଦେବେନ୍ଦ୍ର ତିୱାରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ମାଡ଼ରେ ଉଡେଇ ଦେବାର ଧମକ ଦିଆଯାଇଛି। ଦେବେନ୍ଦ୍ର ତିୱାରୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ବେଆଇନ ଗୋହତ୍ୟା ବନ୍ଦ ପାଇଁ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଦେବେନ୍ଦ୍ର ତିୱାରୀଙ୍କ ଘରୁ ପ୍ରାପ୍ତ ଧମକପୂର୍ଣ୍ଣ ଚିଠିରେ ଏହା ଲେଖା ଅଛି ଯେ, ଅନ୍ୟମାନଙ୍କର ଗଳା କାଟିଛୁ। ତୁମ ଦୁଇଜଣଙ୍କୁ ବୋମା ମାଡ଼ରେ ଉଡେଇବୁ। ଏଭଳି ଚିଠି ମିଳିବା ପରେ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଯାଞ୍ଚ ଦରଦାର ଚଳାଇଛି |






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..