ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଣିକି ଆଉ ପୋଲିସ ମଟର ଗାଡିମାନଙ୍କରୁ ଜରିମାନା ଆଦାୟ କରିପାରିବ ନାହିଁ | ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ପୋଲିସକୁ ଆଗରୁ ଏହି କ୍ଷମତା ଦିଆଯାଇଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଛି । ପୋଲିସ ଡିଜି ଏବଂ ପରିବହନ କମିଶନରଙ୍କୁ ଏହି ବିଷୟରେ ଜଣାଇ ଦିଆଯାଇଛି । କେବଳ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ସହରାଞ୍ଚଳ ପୋଲିସ ଜରିମାନା ଆଦାୟ କରିପାରିବେ । କିନ୍ତୁ ମନଇଚ୍ଛା ଗାଡି ଅଟକାଇ ପୋଲିସ ଯେଉଁ ଜରିମାନା ଆଦାୟ କରୁଥିଲେ ଆଉ କରି ପାରିବନାହିଁ | ଏହି ବୈଠକରେ ବସ୍ ମାଲିକ ସଂଘ ପକ୍ଷରୁ ପୋଲିସ ବିଭିନ୍ନ ସ୍ଥାନରେ ଜରିମାନା ଆଦାୟ କରୁଥିବା ଅଭିଯୋଗ କରାଯାଇଥିଲା । ଏହା ସହ କାଗଜପତ୍ର ଯାଞ୍ଚ ଆଳରେ ପୋଲିସ କର୍ମଚାରୀ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ବସ୍ କର୍ମଚାରୀ ଏବଂ ମୋଟର ଗାଡି କର୍ମଚାରୀମାନଙ୍କୁ ପୋଲିସ ଯାଞ୍ଚ ଆଳରେ ହଇରାଣ ଏବଂ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଚାଲାଣ ଏବଂ ଜରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ୨୦୧୯ ମସିହାର ପରିବହନ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସକୁ ଗାଡିମଟର କାଗଜପତ୍ର ଯାଞ୍ଚ ସହ ଜରିମାନା ଆଦାୟ କ୍ଷମତା ଦିଆଯାଇଥିଲା। ଏବେ ଏହାକୁ ପ୍ରତ୍ୟାହାର କରାଯାଇଛି । ଏହାର ଦୂରୁପୋଯୋଗ ହେଉଥିବା ବସ୍ ମାଲିକ ସଂଘ ଅଭିଯୋଗ କରିବା ପରେ ଏହାକୁ ପ୍ରତ୍ୟାହର କରାଯାଇଛି । ଦିନରେ ସ୍ଲିପର କୋଚ୍ ବସ୍ ଚଳାଚଳ, ୧୫ ବର୍ଷରୁ ଅଧିକ ହୋଇଥିବା ବସ୍କୁ ଆହୁରି ୫ ବର୍ଷ ପାଇଁ ଅସ୍ଥାୟୀ ଚଳାଚଳ ମଞ୍ଜୁରୀ, ରାଜପଥରେ ବସ୍ ବେ ନିର୍ମାଣ, ବସ୍ ଷ୍ଟାଣ୍ଡରେ ପାର୍କିଂ ଫି କୋହଳ ଦାବି ପୂରଣ କରାଯାଇଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..