ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍ ଜନସଂଖ୍ୟା ସଂକଟ ଦୂର କରିବା ପାଇଁ ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରୁଛି | ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି ଯେ ଯେଉଁ ମହିଳାମାନେ ୧୦ ବା ତା’ଠୁ ଅଧିକ ଜୀବିତ ସନ୍ତାନଙ୍କୁ ଜନ୍ମ ଦେବେ ତାଙ୍କୁ ୧୩,୫୦୦ ପାଉଣ୍ଡ ପୁରସ୍କାର ଦିଆଯିବ। ସୂଚନାଯୋଗ୍ୟ କୋଭିଡ୍-୧୯ ମହାମାରୀ ତଥା ୟୁକ୍ରେନ୍ ଯୁଦ୍ଧରେ ବହୁଲୋକଙ୍କ ମୃତ୍ୟୁ ଘଟିବା ପରେ ଦେଶର ଜନସଂଖ୍ୟା ଆହୁରି କମିଯାଇଛି। ତେଣୁ ହତାଶ ହୋଇ ରାଷ୍ଟ୍ରପତି ଏପରି ଘୋଷଣା କରିଛନ୍ତି ବୋଲି ବିଶେଷଜ୍ଞମାନେ ବିଚାର କରୁଛନ୍ତି। ରୁଷ୍ ରାଜନୀତି ଓ ସୁରକ୍ଷା ବିଶେଷଜ୍ଞ ଡ. ଜେନି ମାଥର୍ସଙ୍କ କହିବା ଅନୁସାରେ ଗତ ମାର୍ଚ୍ଚ ମାସରୁ ରୁଷିଆରେ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ଅଧିକ ରହିଛି। ଏହାଛଡ଼ା ଏକ ଆକଳନ ଅନୁସାରେ ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦,୦୦୦ ଛୁଇଁବାକୁ ବସିଲାଣି। ସେଥିପାଇଁ ପୁଟିନ ଏପରି ଘୋଷଣା କରିଛନ୍ତି। ପୁଟିନ ଏହି ଯୋଜନାର ନାଁ ଦେଇଛନ୍ତି ‘ମଦର ହିରୋଇନ୍’ ଏବଂ କହିଛନ୍ତି ବଡ଼ ପରିବାରଗୁଡ଼ିକ ହେଉଛନ୍ତି ଅଧିକ ଦେଶଭକ୍ତ।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……