ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜନସେବକ ଭାବେ ଭାରତ ଏକ ବୈଶ୍ୱିକ ଜ୍ଞାନକେନ୍ଦ୍ର, ନବୋନ୍ମୋଷ, ପ୍ରଯୁକ୍ତି ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ କିପରି ପ୍ରତିଷ୍ଠା ଲାଭ କରିବ ତାହା ସୁନିଶ୍ଚିତ କରିବା ନେଇ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥି ସହିତ ଭାରତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ନେଇଥିବା ନେତୃତ୍ୱ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ ବୋଲି ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଏଏସ ଅଫିସର ଙ୍କୁ କହିଛନ୍ତି | କେନ୍ଦ୍ର ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ଏହି ସମୟରେ ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଏଭଳି କହିଛନ୍ତି | ସେ ଏହା ମଧ୍ୟ କହିଛନ୍ତି କି ୨୦୪୭ କଥା ଚିନ୍ତା କଲେ ୨୦୨୦ ବ୍ୟାଚର ଅଧିକାରୀମାନେ ସେତେବେଳକୁ ଅତି ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ହୋଇସାରିଥିବେ ବୋଲି କହି ରାଷ୍ଟ୍ରପତି କହିଥିଲେ ଯେ ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ସେମାନେ ଏକ ସମୃଦ୍ଧ, ମଜଭୁତ ଓ ବିକଶିତ ୨୦୪୭ ସୁନିଶ୍ଚିତ କରିପାରିବେ । ୨୦୪୭କୁ ପରିବର୍ତ୍ତିତ ରୂପ ଦେବାପାଇଁ ସେମାନଙ୍କୁ ଆଧୁନିକ ଓ ସେବାଭିତ୍ତିକ ମନୋଭାବ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ । ମିଶନ କର୍ମଯୋଗୀ ଆମର ଲୋକସେବକମାନଙ୍କୁ ଅଧିକ ଆଧୁନିକ, ସମ୍ବେଦନଶୀଳ ଓ ଗତିଶୀଳ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..