ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ବିଜେପି ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆସିଥିବା ପୋଷ୍ଟମାର୍ଟମ ରିପୋର୍ଟରେ ସୋନାଲୀଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦର୍ଶାଯାଇଥିଲା | କିନ୍ତୁ ଆଜି ପୋଲିସ ଦାବି କରିଛି କି ସୋନାଲୀଙ୍କୁ ଜୋର ଜବରଦସ୍ତି ଡ୍ରଗ୍ସ ଦିଆଯାଇଛି | ପୋଲିସ ଏହି ମାମଲାରେ ସୋନାଲୀଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ସହଯୋଗୀ ହେଲେ ସୁଧୀର ସାଙ୍ଗୱାନ ଓ ସୁୁଖବିନ୍ଦର। ଆଇଜି ଓମବୀର ସିଂ କହିଛନ୍ତି, ପୋଲିସକୁ ଏକ ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଏଥିରେ ସୋନାଲୀଙ୍କ ମୃତ୍ୟୁ ପୂର୍ବରୁ ସହଯୋଗୀ ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କ ସହ ପାର୍ଟି କରୁଥିବାର ଦେଖିବାକୁ ମିଳିଛି।






More Stories
ଆଉ ଜଣେ IPS ଦେଲେ ଇସ୍ତଫା…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..