Report Card Odisha

| Daily Odia News

ଡି.ଏ.ଭି କଳିଙ୍ଗ ନଗରଠାରେ ଆନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି,ଏ,ଭି କଳିଙ୍ଗ ନଗରଠାରେ ଆନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ସାହିତ୍ୟର ଗୁଣଗାନ ମଧ୍ୟରେ ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି । ଏହି ଅବସରରେ ଲେଖକ ତଥା ମାର୍ଗଦର୍ଶକ ଡ. ଗୋପ ରଞ୍ଜନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନୁଷ୍ୟ ତ’ାର ଭାବନାର ପରିପ୍ରକାଶ କରିପାରିଲେ ଭବିଷ୍ୟତରେ ଏକ ଉତ୍ତମ ଲେଖକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଡ. ମିଶ୍ର ମାତୃଭାଷାର ଉନ୍ନତି, ନିଜର ଚିନ୍ତାଧାରକୁ ଲିପିବଦ୍ଧ କରିବା ପାଇଁ ଏକ ନିଜସ୍ୱ ଡାଏରୀର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା ମନୁଷ୍ୟ ଜୀବନରେ ଭାଷା ଓ ସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିବା ସହ ଚାରିଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଡି.ଏ.ଭି ସାହିତ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସ୍ୱରଚିତ କବିତା, କ୍ଷୁଦ୍ରଗଳ୍ପ ଇତ୍ୟାଦି ପାଠ କରିଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଡି.ଏ.ଭି କଲେଜ୍ ମ୍ୟାନେଜିଙ୍ଗ୍ କମିଟିର ନିର୍ଦ୍ଦେଶିକା ମ୍ୟାଡମ୍ ନିଶା ପେଶିନ୍‌ଙ୍କ ଦ୍ୱାରା ରଚିତ ପୁସ୍ତକ “ଲେଟ୍ ଦେମ୍ ଫ୍ଲାଏ” ପୁସ୍ତକର ସାରମର୍ମ ବିଭିନ୍ନ ଭାଷା ମାଧ୍ୟମରେ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଛାତ୍ରଛତ୍ରୀମାନଙ୍କ ଦ୍ୱାରା କ୍ୟାରିଅର୍ ଅପ୍‌ସନ୍ ଇନ୍ ଲିଟ୍‌ରେଚର୍ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଅତିଥି ତଥା ଶିକ୍ଷକଶିକ୍ଷୟିତ୍ରୀ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

Breaking News