ରିପୋର୍ଟ କାର୍ଡ / ଭଦ୍ରକ
ଶ୍ରମିକଙ୍କ ଉପରେ ଡମ୍ଫ ମାଡିଯାଇଛି | ଦୋର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ | ରାସ୍ତା କଡ଼ରେ ତମ୍ବୁ ଟାଣି ରହୁଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଡମ୍ଫର। ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ମଧ୍ୟପ୍ରଦେଶରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭଣ୍ଡାରିପୋଖରୀ ଛକ ନିକଟରେ ରାଜପଥ ସମ୍ପ୍ରସାରଣ କାମ ଚାଲିଛି। ଡିବିଏଲ କମ୍ପାନୀ ଏହି କାମ ନେଇଥିବା ବେଳେ ଏଥିରେ ଅଣ ଓଡ଼ିଆ ଶ୍ରମିକ ନିୟୋଜିତ ହୋଇଛନ୍ତି। ଏହି କାମରେ ନିୟୋଜିତ ୧୦ କର୍ମଚାରୀ ରାଜପଥ ପାର୍ଶ୍ୱରେ ତମ୍ବୁ ଟାଣି ରହୁଛନ୍ତି। ଗତ ରାତିରେ କାମ ସାରି ୧୦ ଶ୍ରମିକ ତମ୍ବୁ ଭିତରେ ଶୋଇଥିଲେ। ଆଜି ଭୋରୁ ହଠାତ୍ ଏକ ବାଲି ବୋଝେଇ ଡମ୍ଫର ଭାରସାମ୍ୟ ହରାଇ ତମ୍ବୁ ଭିତରକୁ ପଶି ଯାଇଥିଲ। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଅନ୍ୟମାନେ ଏହା ଦେଖି ଘଟଣାସ୍ଥଳରୁ ଦୌଡ଼ି ବାହାରକୁ ପଳାଇଥିଲେ। ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ମେଡିକାଲ ପଠାଯାଇଛି। ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..