Report Card Odisha

| Daily Odia News

କୋର୍ଟରେ ଅନୁଭବ-ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଶେଷ…..

ରିପୋର୍ଟ କାର୍ଡ / କଟକ

ସାଂସଦ ଅନୁଭବ ମୋହାନ୍ତି ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଆଜି କଟକ ପରିବାର ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହୋଇଛି। ଜଜ୍‌ଙ୍କ ଚାମ୍ବରରେ ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହେବା ପରେ ବର୍ଷା ଓ ଅନୁଭବ କୌଣସି ପ୍ରତିକ୍ରିୟା ରଖିନଥିବା ଜଣା ପଡିଛି | ପରିବାର ଅଦାଲତ ନୂଆ ପିଟିସନ ଗ୍ରହଣ ବେଳେ ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ପୂବର୍ରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ମଧ୍ୟ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆସୁନଥିଲେ। ସେହିପରି ଅନୁଭବ ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ୫ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଉଭୟଙ୍କ ଜୋରିମାନ କରିଛନ୍ତି ପରିବାର ଅଦାଲତ। ଅପରପକ୍ଷରେ କଟକ ପରିବାର ଅଦାଲତରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସତ୍ୟପାଠ ଦାଖଲ କରିଛନ୍ତି। ମିଥ୍ୟା ତଥ୍ୟ ନ ଦେବାକୁ ସତ୍ୟପାଠ ଦାଖଲ କରିଥିବାବେଳେ ବିଚାର ପ୍ରକ୍ରୟାରେ ସହଯୋଗ କରିବାକୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଅଯଥା ସମୟ ନ ନେବାକୁ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି।

Breaking News