ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଞ୍ଜିନ ତ୍ରୁଟି ଯୋଗୁ ଋଷିଆର ଏକ ଯୁଦ୍ଧ ବିମାନ ସୋମବାର ଏଜୋଭ ସାଗର ନିକଟ ୟେସ୍କ ବନ୍ଦର ପାଖରେଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଋଷର ସୁପରସୋନିକ୍ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ସେହିପରି ଗତକାଲି ଋଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ସୋମବାର ଦିନ କେମିକେଜରେ ଡ୍ରୋନ୍ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନର ପ୍ରଧାନମନ୍ତ୍ରୀ ଡେନିସ୍ ଶ୍ୟାମଗାଲ୍ କହିଛନ୍ତି ଯେ ଋଷ କିଭରେ ପାଞ୍ଚଟି ଆକ୍ରମଣ କରିଥିବାବେଳେ ସୁମି ଅଂଚଳରେ ଆକ୍ରମଣ କରିଥିବାରୁ ଏବେ ବିଦ୍ୟୁତ ବିଛିନ୍ନ ହୋଇଯାଇଛି | ଋଷ ବିଦ୍ୟୁତ କେନ୍ଦ୍ରଗୁଡିକ ଉପରେ ଆକ୍ରମଣ କରିଥିବାରୁ ଅନେକ ସହର ଏବଂ ଗ୍ରାମରେ ବିଦ୍ୟୁତ୍ ବିଭ୍ରାଟ ଘଟିଛି । ୟୁକ୍ରେନ୍ କହିଛି ଯେ କିଭରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା ଋଷକୁ ଇରାନ ଡ୍ରୋନ୍ ଯୋଗାଉଥିବା ଅଭିଯୋଗ କରିଛନ୍ତି। ସେ ୟୁରୋପୀୟ ୟୁନିଅନକୁ ଇରାନ ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ଦାବି କରିଛନ୍ତି। ସୋମବାର ୟୁକ୍ରେନ ସୈନ୍ୟବାହିନୀ କହିଛି ଯେ ଇରାନରେ ନିର୍ମିତ ଆଠଟି ଡ୍ରୋନ୍ ଏବଂ ଋଷର ଦୁଇଟି କୄଜ ମିସାଇଲକୁ ଗୁଳି କରି ଖସାଇ ଦିଆଯାଇଛି । ତେବେ ଇରାନ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି | ଅନ୍ୟପକ୍ଷରେ, କିଭରେ ହୋଇଥିବା ଆକ୍ରମଣ ପରେ ତେହେରାନର ଡ୍ରୋନ୍ କାର୍ଯ୍ୟକ୍ରମ ସହ କାର୍ଯ୍ୟ କରୁଥିବା କମ୍ପାନୀ ଏବଂ ରାଷ୍ଟ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକା ଚେତାବନୀ ଦେଇଛି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….