ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକ୍ସନ ମୋଡରେ ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ତଥା ଏଏନ୍ଆଇ। ଗ୍ୟାଙ୍ଗଷ୍ଟର୍ଙ୍କ ବିରୋଧରେ ଏନ୍ଆଇଏ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ସାରା ଦେଶର ପ୍ରାୟ ୫ ରାଜ୍ୟରେ ୫୦ରୁ ଅଧିକ ସ୍ଥାନରେ ଏନ୍ଆଇଏ ଚଢ଼ାଉ କରିଛି। ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ ଲିଙ୍କ, ଗ୍ୟାଙ୍ଗଷ୍ଟର୍ ଓ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବା ପାଇଁ ଏହି ଚାଢ଼ାଉ ହୋଇଛି। ସୂଚନା ମୁତାବକ, ହରିୟାଣାର ୧୦ ଜିଲ୍ଲା, ପଞ୍ଜାବର ୩ରୁ୪ ଜିଲ୍ଲାରେ ଏନ୍ଆଇଏର ରେଡ୍ ଜାରି ରହିଛି। କୁହାଯାଉଛି ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ବମ୍ବିହା ଗ୍ରୁପ୍ର ସଦସ୍ୟଙ୍କୁ ଧରିବା ପାଇଁ ଏଭଳି ରେଡ୍ ଆରମ୍ଭ କରିଛି ଏନ୍ଆଇଏ। ଏହାପୂର୍ବରୁ ସେପ୍ଟେମ୍ବର ମାସରେ, ଏନଆଇଏର ନେତୃତ୍ୱାଧୀନ ଏକାଧିକ ଏଜେନ୍ସି ୧୫ ଟି ରାଜ୍ୟର ୯୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ଏବଂ ଦେଶରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାରେ ସମ୍ପୃକ୍ତ ଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ୧୦୬ ନେତା ତଥା କର୍ମକର୍ତ୍ତାଙ୍କୁ ଗିରଫ କରିଥିଲେ। ଅଧିକାରୀମାନେ କହିଥିଲେ ଯେ କେରଳରେ ସର୍ବାଧିକ ୨୨ ଜଣ ପିଏଫ୍ଆଇ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଏହାର ସଭାପତି ଓଏମଏ ସଲାମ ମଧ୍ୟ ଅଛନ୍ତି ବୋଲି ସେ କହିଥିଲେ। ଅଧିକାରୀମାନେ ଏହାକୁ ପିଏଫଆଇ ବିରୋଧରେ ସବୁଠୁ ବଡ ଅପରେସନ୍ ବୋଲି କହିଥିଲେ।






More Stories
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..
ଟିଏମସି ନେତାଙ୍କୁ ଗିରଫ କଲା ଇଡି…..