Report Card Odisha

| Daily Odia News

ବାତ୍ୟା ‘ସିତ୍ରାଙ୍ଗ’ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ‘ସି-ତ୍ରାଙ୍ଗ’ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ରହିଛି  | ଓଡିଶା ଉପକୂଳରୁ କିଛି ଦୂରରେ ଛୁଇଁ ବାଂଲାଦେଶ ମୁହାଁ ହେବ ବାତ୍ୟା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଟ୍ୱିଟ ଯୋଗେ ସୂଚନା ମିିଳିଛି। ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୨ରେ ଅବପାତ ରୂପ ନେବ। ୨୩ରେ ଗଭୀର ଅବପାତ,୨୪ରେ ଏହା ବାତ୍ୟା ରୂପ ନେବ। ପରେ ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଉତ୍ତର ଉତ୍ତର ପୂର୍ବ ମୁହାଁଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି | କହିଛନ୍ତି କି ବାତ୍ୟା ପ୍ରଭାବରେ ଆସନ୍ତା୨୪ ଓ ୨୫ରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରରୁ ଫେରି ଆସିବାକୁ ମାଇକ୍‌‌ ଯୋଗେ ପ୍ରଚାର କରାଯାଉଛି। ଆସନ୍ତା ୨୧ରୁ ସମୁଦ୍ର ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଘଣ୍ଟାପ୍ରତି ପବନର ବେଗ ୪୦ ରୁ ୫୦ କି.ମି ରହିବ। ବାତ୍ୟାର ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଉପରେ ଅଧିକ ପଡିବାର ସମ୍ଭାବନା ରହିଛି।

Breaking News