ରିପୋର୍ଟ କାର୍ଡ / ମାଲକାନଗିରି
ଓଡ଼ିଶା ଛତିଶଗଡ଼ ସୀମାରେ ବିପୁଳ ପରିମାଣର ମାଓ ମାରଣାସ୍ତ୍ର ଜବତ ହୋଇଛି | ମାଲକାନଗିରି ପୋଲିସ ଓ ଡିଭିଏଫ ଯବାନଙ୍କ ମିଳିତ କୁମ୍ବିଂ ବେଳେ ବଡ଼ ସଫଳତା ମିଳିଛି। ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ରଙ୍କ ସୂଚନା ଅନୁଯାୟୀ, ମାଥିଲି ଥାନା କର୍ତନପାଲି ପଞ୍ଚାୟତ କଟଓ୍ବାପଦର ଘଞ୍ଚ ଜଂଗଲରୁ ମାଓବାଦୀଙ୍କ ଲ୍ଯାପଟପ୍ ଜବତ ହୋଇଛି । ଏହାଛଡ଼ା ୨ଟି ବନ୍ଧୁକ, ୬ଟି ବୋମା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଉଲେ୍ଲଖଯୋଗ୍ୟ, କିଛି ଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସୁଡ୍ରା ଜଙ୍ଗଲରେ ଏସ୍ଓଜି ଓ ଡିଭିଏଫ୍ର ମିଳିତ କମ୍ବିଂ ଅପରେସନ୍ କରାଯାଇଥିଲା। ସମ୍ପୃକ୍ତ ଇଲାକାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ନେଇ କନ୍ଧମାଳ ଏସ୍.ପି. ବିନୀତ ଅଗ୍ରୱାଲ ସୂଚନା ଦେଇଥିଲେ। ଚଢ଼ାଉ ବେଳେ ଶିବିରରୁ ମାଓ ପୋଷାକ, ବାସନକୁସନ, ଔଷଧ, କଣ୍ଟ୍ରାସେପ୍ଟିକ୍, କମ୍ବଳ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, ଏୟାରବ୍ୟାଗ୍, ବାଟୁଳି, ଛତା, ଜୋତା ଓ ହାତଘଣ୍ଟା ଆଦି ସମେତ ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ଜବତ ହୋଇଥିଲା।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..