ରିପୋର୍ଟ କାର୍ଡ / ଜୟପୁର
ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ୧୪ଟକିଆ ଟ୍ରକ ଜୟପୁରରୁ ବୋରିଗୁମ୍ମା ଅଭିମୁଖେ ଯାଉଥିଲା । ହେଲେ ଟ୍ରକଟି ଭାରସାମ୍ୟ ହରାଇ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଦୁର୍ଘଟଣାରେ ଶିକାର ହୋଇଥିଲା । ଗାଡିଟି ଏକ ପୋଲ ତଳକୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଓ ହେଲ୍ପର ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……