ରିପୋର୍ଟ କାର୍ଡ / ବାଲେଶ୍ଵର
ନିଜେ ଫୁଟାଉଥିବା ବାଣରେ ଯୁବକଙ୍କ ମୁହଁ ଜଳି ଯାଇଛି | ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଜଣକ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କ୍ଷୀରପଦା ଗ୍ରାମର ସେକ୍ ସକରାଉଦ୍ଦିନ । ଖଇରା ବ୍ଲକ କ୍ଷୀରପଦା ଗ୍ରାମରେ ଗତକାଲି ରାତିରେ ଏକ ଶୋଭାଯାତ୍ରା ଚାଲିଥିଲା। ଏହି ଶୋଭାଯାତ୍ରାରେ ସକରାଉଦ୍ଦିନ ସାମିଲ ହେବା ସହ ନାଚଗୀତରେ ମଜ୍ଜି ଯାଇଥିଲେ। ଏଥିସହ ସେ ବାଣ ବି ଫୁଟାଉଥିଲେ। ମାତ୍ର ସକରାଉଦ୍ଦିନ ଫୁଟାଉଥିବା ରକେଟ ବାଣ ଆସି ତାଙ୍କ ମୁହଁ ଉପରେ ପଡ଼ିଯାଇଥିଲା | ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..