ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚାଲିପାରିବ ନାହିଁ । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି | ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୀତି ପ୍ରସ୍ତୁତ କରି ରାଜ୍ୟ ସରକାରମାନଙ୍କୁ ପଠାଇଛନ୍ତି । ସେ କହିଛନ୍ତି ଯେ ଏହି ନୀତି ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ବିଭାଗରେ ଚାଲୁଥିବା ୧୫ ବର୍ଷରୁ ପୁରୁଣା ଗାଡ଼ି ହଟେଇବାକୁ କୁହାଯାଇଛି । ଏସବୁ ଗାଡ଼ି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବସ୍, ଟ୍ରକ୍, କାର କିମ୍ବା ଏସୟୁଭି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ଏକ ଭେହିକ୍ଲ ସ୍କ୍ରାପେଜ୍ ପଲିସି (ଗାଡ଼ି ବଦଳ ନୀତି) ଘୋଷଣା କରିଥିଲେ । ଏପ୍ରିଲ ୧, ୨୦୨୨ରୁ ଏହା ଲାଗୁ ହୋଇଛି । ଏହା ମାଧ୍ୟମରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନୂଆ ନିର୍ଦ୍ଦେଶ ଉକ୍ତ ସ୍କ୍ରାପେଜ୍ ପଲିସୀର ଏକ ଅଂଶ ବୋଲି କୁହାଯାଉଛି ।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..