Report Card Odisha

| Daily Odia News

ରାସ୍ତାକଡ଼ରୁ ଉଠିବ ମାଂସ ଦୋକାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାସ୍ତାକଡ଼ରୁ ମାଂସ ଦୋକାନ କୁ ଉଠାଇ ଦିଆଯିବ | ୨୦୨୩ ଜାନୁଆରୀ ମାସରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜିତ ହେବ । ଏହାକୁ ଦୃଷ୍ଟିରେ ରଖି ସହରକୁ ସରସ ସୁନ୍ଦର ସହିତ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଅଞ୍ଚଳ ସହିତ ଅନ୍ୟ ଅଞ୍ଚଳ କୁ ସାଜସଜ୍ଜା କରାଯାଉଛି | ରାସ୍ତାଘାଟ କିପରି ପରିସ୍କାର ପରିଚ୍ଛନ୍ନ ରହିବ, ଅଯଥାରେ ଯେପରି ଗହଳି ନ ଜମିବ, ରାସ୍ତାରୁ ଗାଈଗୋରୁ ହଟିବେ ସେନେଇ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ତେବେ ରାସ୍ତାକଡ଼ରୁ ସମସ୍ତ ମାଂସ ଦୋକାନ ହଟିବା ନେଇ ବିଏମସି ନୂଆ କଟକଣା କରିଛି । ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଖାସି କାଟିଲେ ବ୍ୟବସାୟୀମାନେ ପରଦା ଘୋଡ଼ାଇବେ । ଏହାକୁ ଯେପରି କୌଣସି ଲୋକ ଦେଖି ନ ପାରନ୍ତି ସେଥିପ୍ରତି ବ୍ୟବସାୟୀମାନେ ଦୃଷ୍ଟି ଦେବେ । ଏହି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କହିଛି | ଏନେଇ ବିଭିନ୍ନ ମାଂସ ବ୍ୟବସାୟୀ ଓ ବିଏମସି ମେୟର ସୁଲୋଚନା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହକି ବିଶ୍ୱକପ ପାଇଁ ସମସ୍ତେ ସହଯୋଗ କରିବାକୁ ମେୟର କହିଥିଲେ । ଜାତୀୟ ରାଜପଥ କଡ଼ରୁ ସମସ୍ତ ମାଂସ ଦୋକାନ ହଟାଇାବାକୁ ନିଷ୍ପତ୍ତି ହୋଇଛି । ବିଏମସି ଅଞ୍ଚଳରେ ନୂଆ ମାଂସ ଦୋକାନ ଖୋଲିଲେ ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ ବିଏମସିକୁ ଅବଗତ କରାଇବ ବୋଲି କୁହାଯାଇଛି ।

 

 

Breaking News