ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବନ୍ଦ ହେବ ଖୁଚୁରା ସିଗାରେଟ୍ ବିକ୍ରି | ତମାଖୁ ଉତ୍ପାଦର ବ୍ୟବହାର ଏବଂ ବିକ୍ରୟକୁ ରୋକିବା ପାଇଁ ସଂସଦର ଏକ ସ୍ଥାୟୀ କମିଟି ସୁପାରିଶ ହୋଇଛି | ରିପୋର୍ଟ ଅନୁଯାୟୀ, ୧ ଫେବୃଆରୀ, ୨୦୨୩ ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ୍ ପୂର୍ବରୁ ସରକାର ଏହି ନିଷେଧାଦେଶ ଘୋଷଣା କରିପାରନ୍ତି । ସଂସଦୀୟ ସ୍ଥାୟୀ କମିଟି ଯୁକ୍ତି କରିଛି ଯେ ଖୁଚୁରା ସିଗାରେଟ୍ ବିକ୍ରି ତମାଖୁ ଉତ୍ପାଦର ବ୍ୟବହାର ହ୍ରାସ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ତମାଖି ସେବନ ଦ୍ବାରା ବାର୍ଷିକ ଭାରତରେ ୩.୫ ଲକ୍ଷରୁ ଅଧିକ ମୃତ୍ୟୁ ଘଟାଇଥାଏ । ସରକାର ଏବେ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ୨୮ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଏହା ସହିତ ମୂଲ୍ୟ ଅନୁସାରେ କ୍ଷତିପୂରଣ ସେସ୍ ଏବଂ ଉତ୍ପାଦ ଶୁଳ୍କ ବି ଆଦାୟ କରାଯାଉଛି । ସିଗାରେଟ୍ ଉପରେ ମୋଟ ଟିକସ ୬୪ ପ୍ରତିଶତ ପର୍ଯ୍ୟନ୍ତ ଆଦାୟ ହୋଇଥାଏ । ଏତେ ଉଚ୍ଚ ଟିକସ ସତ୍ତ୍ବେ ତାହା ଧୁମପାନକାରୀଙ୍କୁ ନିରୁତ୍ସାହିତ କରିପାରୁନାହିଁ । ଏଣୁ ସ୍ଥାୟୀ କମିଟି ମତ ଦେଇଛି ଯେ ତମାଖୁ ଉତ୍ପାଦର ବ୍ୟବହାର ଏବଂ ବିକ୍ରୟ ସହିତ ଲଢିବା ପାଇଁ କେବଳ ଟିକସ ହାର ବୃଦ୍ଧି କରିବା ଯଥେଷ୍ଟ ନୁହେଁ । ଏଥିପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ପଡ଼ିବ ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..