Report Card Odisha

| Daily Odia News

ରୁଷ ୟୁକ୍ରେନକୁ ଯେଉଁ ଦୃଷ୍ଟିରେ ଦେଖୁଛି, ଚୀନ ଭାରତକୁ ସେହି ଦୃଷ୍ଟିରେ ଦେଖୁଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ୟୁକ୍ରେନକୁ ଯେଉଁ ଦୃଷ୍ଟିରେ ଦେଖୁଛି, ଚୀନ ଭାରତକୁ ସେହି ଦୃଷ୍ଟିରେ ଦେଖୁଛି | ଚଳଚ୍ଚିତ୍ର ଅଭିନେତା କମଲ ହାସାନଙ୍କ ସହ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି | ସେ କହିଛନ୍ତି କି ଭାରତର ସୀମା ବଦଳାଇବାକୁ ଚୀନ ଧମକ ଦେଉଛି, ଏହା ଠିକ୍ ସେହିପରି ଯେପରି ରୁଷ ୟୁକ୍ରେନ ପ୍ରତି ବ୍ୟବହାର କରୁଛି । ଭାରତର ଦୁର୍ବଳ ହେଉଥିବା ଅର୍ଥନୀତି, ନେତୃତ୍ବର ଅଭାବ, ଶତ୍ରୁତା ଆଦି କାରଣ ଯୋଗୁଁ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତ ଦେଖାଦେଇଛି । ରାହୁଲ କହିଛନ୍ତି ଯେ ରୁଷ ଚାହୁଁଛି ୟୁକ୍ରେନ ପାଶ୍ଚାତ୍ୟ ଦେଶମାନଙ୍କ ସହ ଘନିଷ୍ଠ ସମ୍ପର୍କ ନ ରଖୁ । ଏଣୁ ସେମାନେ ୟୁ୍କ୍ରେନକୁ କହିଛନ୍ତି ଯେ, ଯଦି ସେମାନେ ପାଶ୍ଚାତ୍ୟ ଦେଶମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିବେ, ତେବେ ସେମାନଙ୍କ ଭୌଗୋଳିକ ସୀମାକୁ ବଦଳାଇଦିଆଯିବ । ଠିକ ଏହି କଥା ଚୀନ ଭାରତକୁ କହୁଛି-ନିଜେ ଯାହା କରୁଛ ତାହାକୁ ନେଇ ସତର୍କ ରୁହ, କାରଣ ଆମେ ତୁମ ଭୌଗୋଳିକ ସୀମାକୁ ବଦଳାଇଦେବୁ । ଆମେ ଲଦାଖରେ ଅନୁପ୍ରବେଶ କରିବୁ, ଅରୁଣାଚଳ ପ୍ରଦେଶରେ ବି ଅନୁପ୍ରବେଶ କରିବୁ । ରାହୁଲ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ସୁରକ୍ଷା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଛି ଓ ଭାରତ ସରକାର ଏହାକୁ ହେୟଜ୍ଞାନ କରୁଛନ୍ତି । ଆଧୁନିକ ଯୁଗରେ ମଧ୍ୟ ଯୁଦ୍ଧର ପରିଭାଷା ବଦଳି ଯାଇଛି । ଆଧୁନିକ ଯୁଗରେ ସମସ୍ତଙ୍କୁ ନିଜ ନିଜ ସ୍ଥିତିରେ ରହି ଯୁଦ୍ଧ ଲଢିବାକୁ ପଡ଼ିବ । ଏଣୁ ଆମକୁ ଦେଶମଧ୍ୟରେ ଶାନ୍ତି ଓ ସଦ୍ଭାବ ରକ୍ଷା କରିବାକୁ ହେବ ।

 

Breaking News