ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଅଷ୍ଟ୍ରେଲିଆର ସମୁଦ୍ର କୂଳିଆ ଅଞ୍ଚଳରେ। ଆଜି ଅଷ୍ଟ୍ରେଲିଆର ଏକ ସମୁଦ୍ର ତଟରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ପରସ୍ପର ଧକ୍କା ହୋଇଥିଲା। ଫଳରେ ଗୋଟିଏ ହେଲିକପ୍ଟରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡ କୋଷ୍ଟର ମେନ୍ ବିଚ୍ ଅବତରଣ କରିଥିଲା। ଅନ୍ୟ ହେଲିକପ୍ଟରଟି କ୍ଷତିଗ୍ରସ୍ତ ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଲ୍ୟାଣ୍ଡିଂ କରୁଥିବା ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି । ଏଥିରେ ହିଁ ୪ ଯାତ୍ରୀଙ୍କ ମୃତଦେହ ଥିବା ସହ ୩ ଜଣ ଗୁରୁତର ଥିଲେ। ପରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନ ସିୱର୍ଲ୍ଡ ଡ୍ରାଇଭକୁ ଯାତାୟତ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି। ସେପଟେ ଅଷ୍ଟ୍ରେଲୀୟ ପରିବହନ ସୁରକ୍ଷା ବ୍ୟୁରୋର ମୁଖ୍ୟ କମିଶନର ଆଙ୍ଗୁସ୍ ମିଚେଲ କହିଛନ୍ତି ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……