Report Card Odisha

| Daily Odia News

ମହିଳାଙ୍କୁ ଗଣଦୁଷ୍କର୍ମ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାକର ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା କୋପସିଂଘା ନିକଟରେ । ପୀଡିତା ଜଣଙ୍କ ମାଛ ବିକି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ଧରିବାକୁ ପୋଲିସ ଚଢାଉ ଜାରି ରଖିଛି। ସୂଚନା ଅନୁସାରେ- ମହିଳା ଜଣକ ମାଛ ବିକି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ। ସଦର ଥାନା କୋପସିଂହା ନିକଟ ନିଛାଟିଆ ରାସ୍ତାରେ ସେ ଏକୁଟିଆ ଆସୁଥିବା ବେଳେ ୪ ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ବହୁ କଷ୍ଟରେ ଘଟଣାସ୍ଥଳରୁ ଆସି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି |

Breaking News