Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅତିଥି ଭୁଞ୍ଜିଆ ଦମ୍ପତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଆଦିବାସୀ ଦମ୍ପତି । ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝିଙ୍କୁ ଏଥିଲାଗି ଦିଲ୍ଲୀରୁ ନିମନ୍ତ୍ରଣ ଆସିଛି । ପ୍ରତିବର୍ଷ ଓଡ଼ିଶାରୁ ଏକ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ରାଜଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ । ଏଥର ସୁନାବେଡ଼ା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସ୍ଥାନ ପାଇଛନ୍ତି ।କାର୍ଯ୍ୟକ୍ରମରେ ରାଜ୍ୟରୁ କେବଳ ଆଦିମ ଜନଜାତି ସମ୍ପ୍ରଦାୟରୁ ଚକୋଟିଆ ଭୁଞ୍ଜିଆଦମ୍ପତି ପାରମ୍ପରିକ ବେଶପୋଷାକ ପରିଧାନକରି କାର୍ଯ୍ୟକ୍ରମରେ ସାମିଲହେବେ। ଜାନୁୟାରୀ ୨୧ରେ ଏମାନେ ସୁନାବେଡ଼ାରୁ ବାହାରିବେ । ଏମାନଙ୍କ ସହ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର ମଧ୍ୟ ଯାତ୍ରା କରିବେ । ଦିଲ୍ଲୀସମାରୋହରେ ଯୋଗଦେବା ସହ ଏମାନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରଆଦିବାସୀ କଲ୍ୟାଣ ମନ୍ତ୍ରୀ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

 

Breaking News