ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର । ନଚେତ ଫେବୃଆରୀର ଦରମା ବନ୍ଦ। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିଜ କର୍ମଚାରୀଙ୍କୁ ଚେତାବନୀ ଦେଇଛି । ନିଜ ବାର୍ଷିକ ସମ୍ପତ୍ତି ତାଲିକା ପ୍ରତି ବର୍ଷ ଘୋଷଣା କରିବାକୁ ରାଜ୍ୟ ସରକାର କଡ଼ାକଡ଼ି ନିୟମ ଲାଗୁ କରିଛନ୍ତି | କିନ୍ତୁ ସରକାରୀ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପରେ ବି ଦାଖଲ କରୁ ନାହାନ୍ତି ନିଜ ସମ୍ପତ୍ତି ତାଲିକା । ନିଜ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିନିମନ୍ତେ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଡେଡ୍ଲାଇନ୍ ଦିଆଯାଇଛି। ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଘୋଷଣା ନ କରିବା ପର୍ଯ୍ୟନ୍ତ ଫେବୃଆରୀ ମାସର ଦରମା ମିଳିବନି ବୋଲି ବି କଡ଼ା ଚେତାବନୀ ଦିଆଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..