ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ଏକ ବିମାନ ବୋମା ଥିବା ଜାଣିବା ପରେ ଆତଙ୍କ ଖେଳିଯାଇଛି। ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନରେ ଅଧିକାଂଶ ଯାତ୍ରୀ ବିଦେଶୀ ଥିଲେ ବୋଲି ଜଣାପଡ଼ିଛି। ଏହାପରେ ବିମାନକୁ ଯାଞ୍ଚ କରାଯାଇଛି। ଗୁଜରାଟ ଜାମନଗର ବିମାନ ବନ୍ଦରରେ ଏହି ରୁଷି ବିମାନଟି ୯ ଘଣ୍ଟା ଧରି ଅଟକି ରହିଛି । ଏନ୍ଏସ୍ଜି ଟିମ୍ ଜାମନଗର ବିମାନ ବନ୍ଦର ପହଞ୍ଚି ବିମାନର ଯାଞ୍ଚ କରିଛନ୍ତି। ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ। ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହାକୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନା ଏୟାରବେସ୍ରେ ଅବତରଣ କରାଯାଇଥିଲା। ଯାଞ୍ଚ କରିବା ପରେ ମଧ୍ୟ ଏଥିରୁ କୌଣସି ବୋମା ମିଳିନାହିଁ। ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି ।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଆଜି ଶପଥ ନେବେ କାନାଡ଼ା ପ୍ରଧାନମନ୍ତ୍ରୀ…..
ଏତିକି ଖାଲି କରିଦିଅନ୍ତୁ,ମୋତେ ଆଣ୍ଠା କହିଲେ ଆଣ୍ଠେଇବି…..