Report Card Odisha

| Daily Odia News

କ୍ୟାପିଟାଲ ହସ୍ପିଟାଲରେ ଇ-ଟିକେଟ ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପର ଆରମ୍ଭ କରାଯାଇଛି । ଜାନୁୟାରୀ ୯ ତାରିଖ ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ରୋଗୀ ତଥା ତାଙ୍କ ସମ୍ପର୍କୀୟ WWW.eswastya.odisha.gov.in ରେ ଲଗିନ କରି ସେଠାରେ ନିଜର ତଥ୍ୟ ଆଉ ବିଭାଗ କୁ ଚୟନ କରିବେ । ତାପରେ ତାରିଖ ଦେଇ ଟିକେଟ ବୁକ୍ କରିପାରିବେ । ସେଠାରେ ଆସିଥିବା ଫାଇଲ କୁ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏଥପାଇଁ ହସ୍ପିଟାଲରେ ଏକ କିଓସ୍କ ମେସିନ ସ୍ଥାପନ କରାଯାଇଛି। ଲୋକ ମାନେ କ୍ୟୁଆର କୋଡ କୁ ସ୍କାନ କରିପାରିବେ । ଏଠାରେ ସେହି କୋଡ କୁ ସ୍କାନ କରି ପ୍ରିଣ୍ଟ ବାହାର କରିହେବ । ଏହି ସୁବିଧା କେବଳ ରବିବାର କୁ ଛାଡ଼ିଦେଲେ ସପ୍ତାହର ଅନ୍ୟ ଦିନ ମାନଙ୍କରେ ଉପଲବ୍ଧ ରହିବ। ପ୍ରତିଦିନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏନେଇ ପ୍ରତିଦିନ ରାତି ୧୨ ଟା ରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ୫ ଟା ମଧ୍ୟରେ ବିଭିନ୍ନ ବିଭାଗରେ ଟିକେଟ ବୁକ୍ କରିହେବ ।

Breaking News