ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଗୃହମନ୍ତ୍ରୀ ରାଣା ସାନାଉଲ୍ଲାହଙ୍କ ଉପରକୁ ଜୋତା ଫିଙ୍ଗିବାର ଏକ ଭିଡିଓ ଭାଇରାଲ ହେବାର ଲାଗିଛି । ରାଣା ଏକ ବୈଠକରେ ଯୋଗ ଦେବା ପରେ କାରରେ ଆସୁଥିବା ବେଳେ ଏହି ଆକ୍ରମଣ ହୋଇଛି । ହେଲେ କାରର ଝରକା ଗୁଡ଼ିକ ବନ୍ଦ ଥିବାରୁ ସେ କୌଣସି ଆଘାତ ପାଇନାହାନ୍ତି । କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଘଟଣାକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ପାକିସ୍ତାନରେ ଏପରି ଘଟଣା ଅନେକ ଥର ଦେଖିବାକୁ ମିଳିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….