ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ନୂଆବର୍ଷ ରାତିରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା | ଦିଲ୍ଲୀ ପୋଲିସ ଅବହେଳା ଲାଗି ଡିୟୁଟିରେ ଥିବା ପୋଲିସ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୧ଜଣ ପୋଲସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । କାଞ୍ଝାୱାଲାରେ କାରରେ ବସିଥିବା କିଛି ଯୁବକ ଏକ ସ୍କୁଟିକୁ ଧକ୍କା ଦେବା ସହ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟିବା ଦିନଠାରୁ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହି ଘଟଣା ଦିନ ଯେଉଁ ପୋଲିସ କର୍ମଚାରୀ ଡିୟୁଟିରେ ଥିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କାରଣ ସେମାନେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ରାତିରେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରମାଣିତ ହୋଇଛି । ରୋହିଣୀ ଜିଲ୍ଲାରେ ପିସିଆର ଓ ପିକେଟରେ ଥିବା ୧୧ ଜଣ ପୋଲ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।ଏହାପୂର୍ବରୁ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଶାଳିନୀ ସିଂହଙ୍କ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲା।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….