ରିପୋର୍ଟ କାର୍ଡ / ଚିଲିକା
ରାଜ୍ୟରେ ୨ ଦିନ ହେବ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଯାତାୟତରେ ଅନେକ ଅସୁବିଧା ଉତ୍ପନ ହେଉଥିବା ଜଣାପଡିଛି । ଆଜି ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ଯିବା ସମୟରେ ହଠାତ୍ ଚିଲିକା ମଝିରେ ବର୍ତ୍ତମାନ ଡଙ୍ଗାଟି ଅଟକି ଯାଇଛି । ଫଳରେ ଡଙ୍ଗାରେ ଥିବା ସମସ୍ତ ଶ୍ରଦ୍ଧାଳୁ ଭୟଭିତ ହୋଇପଡିଛନ୍ତି । ତେବେ ଡଙ୍ଗାରେ ପାଖାପାଖି ୨୫ରୁ ଅଧିକ ଜଣ ଶ୍ରଦ୍ଧାଳୁ ଥିବା ଜଣାପଡିଛି । ତେବେ ଘନ କୁହୁଡି କାରଣରୁ ଡଙ୍ଗାର ଗତି ଜଣାପଡୁନଥିବାରୁ ଚଲିକା ମଝିରେ ଡଙ୍ଗାଟି ଅଟକି ରହିଥିଲା |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….